କପିଳାସ ବାରବାଙ୍କ ରାସ୍ତା ଆଲୋକୀକରଣ l

Spread the love

ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳାସ ର ପାଦଦେଶ ଠାରୁ ଶ୍ରୀ ଶ୍ରୀ ମହାଦେବ ଚନ୍ଦ୍ରଶେଖର ମନ୍ଦିର ପର୍ଯ୍ୟନ୍ତ ୫ କି ମି ପର୍ଯ୍ୟନ୍ତ ଘାଟି ରାସ୍ତା ର ପ୍ରାରମ୍ଭିକ ୨ କି ମି ରାସ୍ତାରେ ଉଜ୍ଜ୍ଵଳ ଆଲୋକୀକରଣ କରାଯାଇଛି l ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି l ସମ୍ମାନୀୟ ଅତିଥି ଭାବେ ସାଂସଦ ଶ୍ରୀ ମହେଶ୍ ସାହୁ, ପରଜଙ୍ଗ ବିଧାୟକ ଡଃ ନୃସିଂହ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ପୁହାଣ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହା ବହୁ ଉପଯୋଗୀ ହୋଇପାରିବ ବୋଲି ପ୍ରକାଶ କରିଥିଲେ l


Spread the love

Leave a Reply

Your email address will not be published. Required fields are marked *