ଢେଙ୍କାନାଳ କଂଗ୍ରେସ ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ l

Spread the love

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ସଦର ମହକୁମା ଗାନ୍ଧୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ପଟ୍ଟନାୟକ ଦ୍ୱାରା ପତାକା ଉତ୍ତୋଳନ ପରେ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ମନେପକାଇ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟକ୍ରମ କୁ ଲୋକ ଲୋଚନକୁ ଆଣିବାପାଇଁ ପ୍ରୟାସ ଜାରି ରଖିବାକୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାନ୍ତି, ପୂର୍ବତନ ସଭାପତି ସୁରେଶ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖପାତ୍ର ଶ୍ରୀ ନିର୍ମଳ ମିଶ୍ର, ପୂର୍ବତନ ଏଆଇସିସି ସଦସ୍ୟା ସୁଭାସିନି ମହାକୁଡ଼, ପୂର୍ବତନ କାଉନସିଲର ତଥା ବରିଷ୍ଠ ନେତା ଗୋପାଳ ଚନ୍ଦ୍ର ସାହୁ, ସମସି ତୈବା, ପ୍ରେମ ଶଙ୍କର ମିଶ୍ର, ପିସିସି ସମ୍ପାଦିକା ଶୀଳ୍ପି ଶ୍ରୀ ହରିଶ୍ଚନ୍ଦନ, ସୁନୀଲ ଦାସ, ନିରାକାର ସାହୁ, ଟାଉନ ସଭାପତି ହାଇଦର ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *