ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

Spread the love

ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ। ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରର ମହିଳାଙ୍କୁ ପ୍ରତି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ସ୍ତବ ପାଠ କରିବା ଉଚିତ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ମା’ଲକ୍ଷ୍ମୀ ସର୍ବଦା ତାଙ୍କ କୃପା ପରିବାର ଉପରେ ରଖିଥାଆନ୍ତି। ମହିଳାଙ୍କୁ ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘର ପୋଛିବା ଉଚିତ। ଏପରି କରିବା ଦ୍ୱାରା ଘରେ କଳହ ଲାଗି ନଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ପ୍ରତି ଅମାବାସ୍ୟା ଦିନ ଘରକୁ ସଫା କରିବା ଉଚିତ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିବା ଉଚିତ। ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ। ଗାଈ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବାର କୁହାଯାଏ। ତେଣୁ ଯେଉଁ ସ୍ଥାନରେ ସେ ବିଚରଣ କରନ୍ତି, ସେହି ସ୍ଥାନ ମାନଙ୍କୁ ସର୍ପ, ବିଛା ଆଦି ପ୍ରବେଶ କରନ୍ତି ନାହିଁ। ବେଦ ପୁରାଣ ଅନୁଯାୟୀ ଯେଉଁମାନେ ଗାଈଙ୍କର ସେବା କରନ୍ତି, ସୋନଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ଗାଈଙ୍କର ଗୋଟିଏ ଆଖିରେ ସୂର୍ୟ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାଙ୍କର ବାସ ହୋଇଥାଏ ବୋଲି କୁହାଯାଏ। ଗାଈଙ୍କ କ୍ଷୀରରେ ରୋଗପ୍ରତିରୋଧକ ଶକ୍ତି ଥାଏ। ତେଣୁ ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।ବେଦ ଶାସ୍ତ୍ର ଅନୁଯାୟୀ ଗାଈଙ୍କ ପୁଛରେ ହନୁମାନଙ୍କ ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଏହାର ମଧ୍ୟ ବ୍ୟବହାର ହୋଇଥାଏ। ଗୋଟିଏ ଗାଈକୁ ଚାରା ଖୁଆଇଲେ ୩୩ କୋଟି ଦେବତାଙ୍କ ନିକଟରେ ଭୋଗ ଲାଗିବା ସହ ଏହା ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି। ଗାଈ ଠାରୁ ମିଳୁଥିବା କ୍ଷୀର, ଦହି ,ଛେନା , ଗୋ ମୂତ୍ର, ଗୋବର ଆଦି ଅନେକ ରୋଗର ଔଷଧ ଅଟେ। କଳା ଗାଈଙ୍କୁ ପୂଜା କଲେ ନବଗ୍ରହ ଶାନ୍ତ ରହିଥାଆନ୍ତି। ଯେ କେହି ଶ୍ରଦ୍ଧା ପୂର୍ବକ ପୂଜା କଲେ ସେମାନଙ୍କର ଗ୍ରହ ଦୋଷ ଦୂର ହେବା ସହ ଶତ୍ରୁ ଭୟ ମଧ୍ୟ ରହେ ନାହିଁ। କୌଣସି କାର୍ୟ୍ୟରେ ଯଦି ବାଧା ଥାଏ,ତେବେ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ୟ୍ୟରେ ସଫଳତା ମିଳିଥାଏ ବୋଲି ମଧ୍ୟ କୁହାଯାଏ।


Spread the love

Leave a Reply

Your email address will not be published. Required fields are marked *