ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ ଲୋକାର୍ପିତ l

Spread the love

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ କୁ ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲୋକାର୍ପିତ କରିଛନ୍ତି l ୫ କୋଟି ଟଙ୍କା ରୁ ଉର୍ଦ୍ଧ ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀ ରେ ପାର୍କିଂ ବ୍ୟବସ୍ଥା, ଭୋଜି ପିଣ୍ଡି, ଶିଶୁ କ୍ରୀଡା କ୍ଷେତ୍ର, ଚଲାରାସ୍ତା, ଶୌଚାଳୟ, ଫୁଡ୍ ପ୍ଲାଜା ନିର୍ମାଣ ଆଦି ଉନ୍ନତି କରଣ କାର୍ଯ୍ୟ କରାଯାଇଛି l ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷା ନଗର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *