ଅଗ୍ନିକାଣ୍ଡ ରେ ଜଳିଗଲା ଘର l

Spread the love

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ କାଦୁଆ ପଞ୍ଚାୟତ ବାଙ୍ଗୁରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ପଦ୍ମନାଭ ସାମଲ ଙ୍କ ଘର ପୋଡିଯାଇଛି ।l ରୋଷେଇ ଚାଲୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାବ ପତ୍ର ପୋଡି ଯିବା ସହ ଧାନ ଚାଉଳ ସବୁ ପୋଡି ଯାଇଥିଲା l ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ସେତେବେଳେ ଘର ଟି ଜଳି ପାଉଁଶ ହୋଇଯାଇଥିଲା l ପଦ୍ମନାଭ ଙ୍କ ରହିବା ପାଇଁ ଏକ ବିକଳ୍ପ ବ୍ୟବସ୍ଥା ଓ କିଛି ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ପାଖରେ ଗ୍ରାମ ବାସୀ ମାନେ ଦାବୀ କରିଛନ୍ତି l


Spread the love

Leave a Reply

Your email address will not be published. Required fields are marked *