୧୧ କେ ଭି ତାର ଉପରେ ହୋର୍ଡ଼ିଂ ପଡି ସହର ଅନ୍ଧକାର l

Spread the love

ଢେଙ୍କାନାଳ ସହର କାରିଗର ସାହି ପେଟ୍ରୋଲ ପମ୍ପ ପାଖ ଏକ କୋଠା ଉପରୁ ସାମାନ୍ୟ ବର୍ଷା ପବନ ରେ ଏକ ବାଣିଜ୍ୟକ ହୋର୍ଡ଼ିଂ ରୁ ପ୍ଲେଂକ୍ସ ଖସି ୧୧ କେଭି ତାର ଉପରେ ପଡ଼ିବା ଦ୍ଵାରା ସହରର ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଛି l ଅସରାଏ ବର୍ଷା ଓ ପବନ ବୋହିଲେ ଏହି ଘଟଣା ବାରମ୍ବାର ଘଟି ଚାଲିଛି l ଏପରି ଘଟଣା ଦ୍ଵାରା ଧନ ଜୀବନ ହାନି ହେବାର ସମ୍ଭାବନା ଦେଖାଦେଇଛି l ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ କିଛି ସ୍ଥାନରେ ୧ ରୁ ୨ ଘଣ୍ଟା ମଧ୍ୟରେ ଓ କିଛି ସ୍ଥାନରେ ୪ରୁ ୫ ଘଣ୍ଟା ମଧ୍ୟରେ ଏହାର ମରାମତି ଓ ନିରାକରଣ ପାଇଁ ଚେଷ୍ଟା କରାଯାଉଛି l ଜନସାଧାରଣ ଙ୍କ ଦାବୀ ହେଉଛି ଯେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ସହ ବେଆଇନ୍ ଭାବେ କୋଠା ଉପରେ ଲାଗିଥିବା ହୋର୍ଡ଼ିଂ ଗୁଡିକ ହଟାଯାଉ ଆଗକୁ ଯେପରି ଏହି ସମସ୍ୟା ଦେଖା ଦେଇ ଧନ ଜୀବନ ହାନି ନହେଉ l


Spread the love

Leave a Reply

Your email address will not be published. Required fields are marked *