ରାଜ୍ଯ ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ବି ଜେ ପି l

Spread the love

ଢେଙ୍କାନାଳ ଜିଲ୍ଲା ବି ଜେ ପି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ରାଜ୍ଯ ସରକାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ପୋଲିସ ର ମନମୁଖୀ ଶାସନ କୁ ନିୟନ୍ତ୍ରଣ କାରି ପାରୁନଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରାଯାଇଛି l ରାଜ୍ଯ ସରକାର ଯଦି ଇସ୍ତଫା ନଦିଅନ୍ତି ଆଗାମୀ ଦିନରେ ବିଜେପି ରାଜ୍ୟର କୋଣ ଅନୁକୋଣରେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି l ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ଙ୍କ ନେତୃତ୍ବରେ ଏହି ଧାରଣା ରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର, ରାଜ୍ଯ କୃଷକ ମୋର୍ଚ୍ଚା ଉପ ସଭାପତି ରାମ ଚନ୍ଦ୍ର ପାତ୍ର, ପୌରପରିଷଦ ର କାଉନ୍ସିଲର, ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ମାତୃ ପ୍ରସାଦ ନନ୍ଦ, କାମାକ୍ଷା ନଗର, ହିନ୍ଦୋଳ, ପରଜଙ୍ଗ, ଗନ୍ଦିଆ ଅଞ୍ଚଳର ବହୁ କର୍ମୀ ଓ ନେତାମାନେ ଯୋଗଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *