ଆଦାନୀ ଗ୍ରୁପ ର ଜାଲିଆତି ତଥା ରାଷ୍ଟ୍ର ବିରୋଧି କାରନାମା ବିରୋଧରେ କଂଗ୍ରେସ ର ଗଣ ବିକ୍ଷୋଭ l

Spread the love

ଆଦାନୀ ଗ୍ରୁପ ର ଜାଲିଆତି ବିରୋଧରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଷ୍ଟେଟବ୍ଯାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି l କେନ୍ଦ୍ର ସରକାର ଆଦାନୀ ସମୂହ କୁ ଅହେତୁକ ଅନୁକମ୍ପା ପ୍ରଦାନ ସ୍ଵରୁପ ଷ୍ଟେଟ ବ୍ୟାଙ୍କ, ଜୀବନବୀମା ନିଗମ ଦେବାଳିଆ ହେବା ର ସଙ୍କଟ ସୃଷ୍ଟି ହୋଇଛି l ଏଥିପାଇଁ ପାର୍ଲାମେଣ୍ଟ ରେ ଆଲୋଚନା, ଯେ ପି ସି ଦ୍ଵାରା ଆଲୋଚନା, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ ପାଇଁ କଂଗ୍ରେସ ଦାବୀ କରୁଛି l ଜିଲ୍ଳା ସଭାପତି ସରୋଜ ପଟ୍ଟନାୟକ ଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ରେ ରସା ନନ୍ଦ ନାୟକ, ହୃଦାନନ୍ଦ ମହାନ୍ତି, ପ୍ରେମ ଶଙ୍କର ମିଶ୍ର, ଜିତୁ ସାହୁ, ଏମ୍ ଡି ସମୀର, ହାଇଦର ମହମ୍ମଦ, ଶୁଭମ ଦାସ, ସ୍ମିତା ରାଣୀ ସାମଲ, ଶୀଳ୍ପି ଶ୍ରୀ ପଟ୍ଟନାୟକ, ନିଶାକର ସାହୁ ସୁନୀଲ ଦାସ, ବିପ୍ରବର ସାହୁ, ନିର୍ମଳ ମିଶ୍ର ପ୍ରମୁଖ ଯୋଗଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *