ଢେଙ୍କାନାଳ ରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ l

Spread the love

ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ହଲ୍ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି l ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନ, ପ୍ରିଣ୍ଟ, ଇଲଟ୍ରୋନିକ, ୱେବ ମିଡିଆ ର ପ୍ରତିନିଧି ମାନେ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ପୁରୁଣା ଜିଲ୍ଲାପରିଷଦ ହଲ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଓ ସ୍ଲୋଗାନ ମାଧ୍ୟମରେ ଭିନ୍ନକ୍ଷମ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ପୁରୁଣା ଜିଲ୍ଲାପରିଷଦ ହଲ୍ ଠାରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟନାଥ ମହାପାତ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଶୋକ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଐରା ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଣ୍ଡା, ଅକ୍ଷମ କଲ୍ୟାଣ ସମିତି ର ଅଧ୍ୟକ୍ଷ ବିଶ୍ଵନାଥ ବେହେରା, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ l ଜିଲ୍ଳା ଭିନ୍ନକ୍ଷମ ପୁନର୍ବାସ ଓ ଥଇଥାନ କେନ୍ଦ୍ର ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ସାଇକେଲ୍, ହୁଇଲ ଚେୟାର, ଆଶାବାଡ଼ି, ଶ୍ରାବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା l


Spread the love

Leave a Reply

Your email address will not be published. Required fields are marked *