ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ l

Spread the love

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସହଯୋଗରେ ଢେଙ୍କାନାଳ ସହର ସ୍ଥିତ କଲ୍ଯାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି l ଏହି ସ୍ଵାସ୍ଥ୍ୟ ସେବା ଶିବିରକୁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଥିଲେ l ଶିବିରରେ ହୃଦ୍ ରୋଗ, ଦନ୍ତ ରୋଗ, କର୍ଣ୍ଣ ନାସା ଗଳାରୋଗ, ଅସ୍ଥିଶଲ୍ୟ, ଚକ୍ଷୁ ରୋଗ, ଇ ସି ଜି, ରକ୍ତ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ପୌର ଅଧିକାରୀ ଶ୍ରୀ ଅତନୁ ସାମନ୍ତ, ବରିଷ୍ଠ ନାଗରିକ କର୍ମକର୍ତ୍ତା ଶ୍ରୀ ବିଶ୍ଵନାଥ ବେହେରା ପମୁଖ ଯୋଗଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *