ଢେଙ୍କାନାଳ ଜିଲ୍ଲା ଅନୂସୁଚିତ ଜାତି ଓ ଜନଜାତି ନିର୍ଯାତନା ନିରାକରଣ ଆଇନ୍ ସଚେତନତା କର୍ମଶାଳା ବସଷ୍ଟାଣ୍ଡ ସ୍ଥିତ ଲେଖକ ସଂସଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ବର ସ୍ଥିତ ସ୍ଵେଚ୍ଛାସେବୀ ସଂଗଠନ ସି ଏସ୍ ଏନ୍ ଆର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଞ୍ଜିତ ସୁତାର, ବିଶେଷଜ୍ଞ ଗଣେଶ୍ଵର ବେହେରା, ଆଡଭୋକେଟ ଅଶୋକ କୁମାର ମଲ୍ଲିକ, ଆଡଭୋକେଟ ପଦ୍ମିନୀ ନାୟକ, ପ୍ରଦ୍ୟୁମ୍ନ ନାୟକ, ମନୋଜ ଦାସ, ସି ଏସ୍ ଏନ୍ ଆର ସଂଯୋଜକ ଚନ୍ଦ୍ରନାଥ ଦାନୀ ଯୋଗଦେଇ ଦଳିତ, ଅନୁନ୍ନତ, ଅନୂସୁଚିତ ସାମାଜ ଉପରେ ହେଉଥିବା ଅତ୍ୟାଚାର ଓ ନିରାକରଣ ପାଇଁ ଆଇନ୍ ରେ ଥିବା ବ୍ୟବସ୍ଥା ମାଧ୍ୟମରେ ପୋଲିସ ର ଭୁମିକା, ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନ ଧାରା – ୪ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଅନ୍ୟ ପ୍ରମୁଖ ମାନଙ୍କ ମଧ୍ୟରେ କୈଳାସ ନାୟକ, ଅକ୍ଷୟ ମଲ୍ଲିକ, ଚନ୍ଦନ ନାୟକ, ସଞ୍ଜୟ ନାୟକ, କ୍ଷୀରୋଦ ନାୟକ, ପଲ୍ଲୀଶ୍ରୀ ପ୍ରମୁଖ ଯୋଗ ଦେଇଥିଲେ l
ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରାକରଣ ଆଇନ୍ ସଚେତନତା l
