ଗୋବିନ୍ଦ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

Spread the love

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନ ପୁର ଗ୍ରାମର ୨୩ ବର୍ଷୀୟ ଯୁବକ ଗୋବିନ୍ଦ ଚନ୍ଦ୍ର ସିଂହ କିଡ଼ନୀ ଜନିତ ରୋଗ ରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଛନ୍ତିା l ଗୋବିନ୍ଦ ଙ୍କ ପିତା ମାତା ବହୁପୂର୍ବରୁ ମୃତ୍ୟୁ ବରଣ କରିଥିବା ବଳେ, ବୁଢୀ ଜେଜେମା ଓ ଭାଇ ଭଉଣୀ ଙ୍କୁ ପରିବାର ଚଳାନ୍ତି l ଗୋବିନ୍ଦ ପରିବାର ର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ କିଡ଼ନୀ ଜନିତ ରୋଗ ରେ ପଡି ରୋଜଗାର କରିବା ଅକ୍ଷମ ହୋଇ ନିଜ ଚିକିତ୍ସା ଖର୍ଚ୍ଚ ଓ ପରିବାର ଚଳାଇବା ପାଇଁ କଷ୍ଟକର ହୋଇଛି l ଜେଜେମା ଙ୍କ ବୟସ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ନେତୃବୃନ୍ଦ ଭତ୍ତା ଖଣ୍ଡେ କରାଇ ଦେଲେନାହିଁ l ଗୋବିନ୍ଦ ନିଜର ଚିକିତ୍ସା ଓ ଗୁଜୁରାଣ ମେଣ୍ଟାଇବାକୁ ସରକାରୀ ସହାୟତା ଯୋଗାଇ ଦେବା କୁ ଜିଲ୍ଲାପାଳ ଙ୍କ ଠାରେ ଗୁହାରି କରିଛନ୍ତି l


Spread the love

Leave a Reply

Your email address will not be published. Required fields are marked *