ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ପାଳିତ l

Spread the love

ଢେଙ୍କାନାଳ ସହର ମଧ୍ୟସ୍ଥ କାରିଗର ସାହି ( ଟାଉନ ପ୍ଲାନିଂ ) ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ପ୍ରଦୀପ ପ୍ରଜ୍ବଳନ କରି ଗୁରୁ ଶିଷ୍ୟ, ପିତା ମାତା ଓ ଶିଶୁମାନଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ଦୀପ୍ତିସ୍ ପ୍ରସାଦ ପଟ୍ଟନାୟକ ଆଗାମୀ ଦିନରେ ବିଦ୍ୟାଳୟ ର ଉନ୍ନତି ଓ ଶିଶୁ ମାନଙ୍କର ଶିକ୍ଷା ର ବିକାଶ ଉପରେ ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ରଥ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷକ ଓ ଅଭିଭାବକ ମଧ୍ୟରେ ସୁସମ୍ପର୍କ ରହିଲେ ଉଭୟେ ଉପକୃତ ହୋଇପାରିବେ l ପୂର୍ବତନ ପ୍ରଧାନ ଆଚାର୍ଯ୍ଯ ଶ୍ରୀ ଅନ୍ତର୍ଯ୍ୟାମୀ ରାଉତ, ସହ ସମ୍ପାଦକ ସୁଧୀର କୁମାର ମିଶ୍ର, ସଦସ୍ୟ ଗଣେଶ୍ଵର ନାୟକ, ଉପଦେଷ୍ଟା ବିଚିତ୍ରା ନନ୍ଦ ସାହୁ, ବିଷ୍ଣୁ ଚରଣ ସାହୁ ବିଦ୍ୟାଳୟ ଗୁରୁଜୀ ଗୁରୁମା ସିପୁନ୍ କୁମାର ବେହେରା, ଶୋଭାସିନି ପାତ୍ର, ଗୀତାଞ୍ଜଳି ନନ୍ଦ, ସୁଜାତା ସାହୁ, ସାରିକା ତ୍ରିପାଠୀ, ଜୟଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯ। ଶ୍ରୀମତୀ ମଧୁମିତା ସାମଲ ବିବରଣୀ ପ୍ରଦାନ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l


Spread the love

Leave a Reply

Your email address will not be published. Required fields are marked *