ସରକାରୀ ବାବୁଙ୍କ ତ୍ରୁଟି ଯୋଗୁଁ ଅନିଶ୍ଚିତତା ରେ ଭିନ୍ନକ୍ଷମ ଙ୍କ ଭବିଷ୍ୟତ l

Spread the love

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ତଳବେରେଣୀ ଗ୍ରାମର ଦିଲୀପ ପଣ୍ଡାଙ୍କ ପୁଅ ଚନ୍ଦନ ପଣ୍ଡା ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହେଲେ ମଧ୍ୟ ସରକାରୀ ବାବୁଙ୍କ ତ୍ରୁଟି ଯୋଗୁଁ ତାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତିକରୁଛି l ସୂଚନା ମୁତାବକ ଚନ୍ଦନ ପିଲାଟି ଦିନରୁ ମୁକ ବଧିର ଅଟେ l ଢେଙ୍କାନାଳ ସ୍କୁଲ ରେ ନାମଲେଖା ସମ୍ଭବ ହୋଇନ ପାରିବାରୁ ପୁଅର ଭବିଷ୍ୟତ କୁ ନେଇ ଚିନ୍ତିତ ପିତା ଖୋର୍ଦ୍ଧା ଜିଲ୍ଲା ପାତ୍ରପଡା ସ୍ଥିତ ମୁକ ବଧିର ବିଦ୍ୟାଳୟ ରେ ନାମ ଲେଖାଇ ଥିଲେ l ଚନ୍ଦନ ଏବେ ୬ଷ୍ଠ ଶ୍ରେଣୀ ରେ ପାଠ ପଢୁଛି l ଅନଲାଇନ୍ ରେ ଚନ୍ଦନ ଙ୍କୁ ୧୦ ପ୍ରତିଶତ ଓ ସାଟିଫିକେଟ ରେ ପ୍ରଥମେ ୧୦୦ ପ୍ରତିଶତ ପରେ ୯୦ ପ୍ରତିଶତ ଦିଆ ଯିବାରୁ ଏଥିରେ କୌଣସି ତାଳମେଳ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନକରିବା ଦ୍ଵାରା ଚନ୍ଦନ ଙ୍କ ପାଠ ପଢ଼ାରେ ଡୋରି ବାନ୍ଧିବାକୁ ଯାଉଛି l ଗରିବ ଖଟିଖିଆ ବାପା ବାରମ୍ବାର ଖର୍ଚ୍ଚାନ୍ତ ହୋଇ ଢେଙ୍କାନାଳ ଆସି ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭାଗୀୟ ଅଧିକାରୀ ମାନଙ୍କୁ ଏବାବଦ ଅବଗତ କରି ସଂଶୋଧନ ପାଇଁ ଗୁହାରୀ କରିଥିଲେବି କୌଣସି ସୁଫଳ ନମିଳିବାରୁ ଦିଲୀପ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପାଇଁ ଗୁହାରି କରିଛନ୍ତି l


Spread the love

Leave a Reply

Your email address will not be published. Required fields are marked *