ସଡକ ସୁରକ୍ଷା ମାସ ଉଦଯାପିତ l

Spread the love

ଢେଙ୍କାନାଳ ଜିଲ୍ଲା ରେ ଏକ ମାସ ବ୍ୟାପୀ ସଡକ ସୁରକ୍ଷା ମାସ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବାଜିଚୌକ ଠାରୁ ଏକ ସଚେତନତା ରାଲି ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖ ଗାନ୍ଧୀ ମାର୍ଗ ଠାରେ ପହଞ୍ଚି ଥିଲା l ଏଠାରେ ହୋଇଥିବା ସଭାକାର୍ଯ୍ୟ ରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶୀଷ ସାହୁ ମଟରଜାନ ନିରୀକ୍ଷକ ଶ୍ରୀ ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ସଡକ ସୁରକ୍ଷା କାର୍ଯ୍ୟକ୍ରମ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ସହ ସଡକ ସୁରକ୍ଷା ବାର୍ତ୍ତା ଦିଆଯାଇଥିଲା l


Spread the love

Leave a Reply

Your email address will not be published. Required fields are marked *