ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନାଦିବସରେ ଢେଙ୍କାନାଳ ସଦର ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ବାଜିମାତ୍ l

Spread the love

ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ସ୍ଥାପନା ଦିବସ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମ ରେ ସ୍ପାର୍କ କାର୍ଯ୍ୟକ୍ରମ ସଫଳରୂପେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ଆଠଟି ବ୍ଳକ ର ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଢେଙ୍କାନାଳ ସଦର ବ୍ଲକ ଆଦର୍ଶ ବିଦ୍ୟାଳୟ ( ମହିଷାପାଟ) ର ଛାତ୍ରଛାତ୍ରୀ ମାନେ ବହୁମାତ୍ରାରେ ସଫଳତା ହାସଲ କରିଛନ୍ତି l ୨୨ଟି ବିଭାଗକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସଦର ବ୍ଲକ ଆଦର୍ଶ ବିଦ୍ୟାଳୟ ୯ ଟି ବିଭାଗରେ ପ୍ରଥମ ସ୍ଥାନ ଓ ୪ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଛି l ବିଭିନ୍ନ ପ୍ରତିଯୋଗିତା ରେ ସୁବ୍ରମଣ୍ୟମ୍ ଅମରନାଥ, ରାଜଶ୍ରୀ ମଲିକ, ଆଦିତ୍ରୀ କ୍ରିଷ୍ଣା ପଣ୍ଡା, ତ୍ରିଶା ପ୍ରିୟଦର୍ଶିନୀ, ସାମ୍ଭାବୀ ଲେଙ୍କା, ମନ୍ଦାକିନୀ ପ୍ରିୟଦର୍ଶିନୀ, ରିମ୍ସା ବେହେରା, ସାମ୍ଭାବୀ ଲେଙ୍କା, ବୈଷ୍ଣବୀ ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତ୍ରିଶା ପ୍ରିୟଦର୍ଶିନୀ, ସ୍ମୃତି ସଞ୍ଜନା, ସ୍ନେହା ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଏହି କାର୍ଯ୍ୟକ୍ରମକୁ କାମାକ୍ଷା ନଗର ଆଦର୍ଶ ବିଦ୍ୟାଳୟ (ଯନ୍ତାରିବୋଲ) ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ସଫଳ କରିବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ l ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଓ ସମ୍ମାନୀୟ ଅତିଥି ଭାବେ କାମାକ୍ଷା ନଗର ଗୋଷ୍ଠୀ ଶିକ୍ଷା ଅଧିକାର ସରୋଜ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l


Spread the love

Leave a Reply

Your email address will not be published. Required fields are marked *