ହୃଦାନନ୍ଦ ଙ୍କ ପାଇଁ ଜିଲ୍ଲା ଗର୍ବିତ l

Spread the love

ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ରେ ଚାଲିଥିବା ୟୁଥ୍ କମନୱେଲଥ ଭାରଉତ୍ତୋଳନ ପ୍ରତିଯୋଗିତା ରେ ୭୩ କେଜି ବର୍ଗରେ ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ ସ୍ଵର୍ଣ୍ଣପଦକ ହାସଲ କରି ଜିଲ୍ଲା କୁ ତଥା ରାଜ୍ଯ ପାଇଁ ଗୌରବ ଆଣିଛନ୍ତି l ସହର ମଧ୍ୟରେ ତାଙ୍କ ରାଲି କୁ ବିଭିନ୍ନ ମହଲରେ ସ୍ଵାଗତ, ସମ୍ବର୍ଦ୍ଧନା ଦିଆଯିବା ସହ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଓ ଅନ୍ୟ ଅଧିକାରୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l ସ୍ଥାନୀୟ କୁଟୁଣିଆ ସାହିର ଅଟୋ ଚାଳକ ହରିହର ଦାସ ଙ୍କ ପୁଅ ର ଏହି ସଫଳତା ପରେ ସରକାର ତାଙ୍କୁ ସାହାଯ୍ଯ ସହଯୋଗ କଲେ ହୃଦାନନ୍ଦ ବହୁ ପ୍ରତିଭା ଓ ସମ୍ମାନ ର ଅଧିକାରୀ ହୋଇପାରିବେ ବୋଲି ଆଶା ରଖିଛନ୍ତି l


Spread the love

Leave a Reply

Your email address will not be published. Required fields are marked *