ସହର ମଧ୍ୟରେ ମାତିଲେ ଲୁଟେରା l

Spread the love

ଢେଙ୍କାନାଳ ସହର ମଧ୍ୟସ୍ଥ ବାଜୀଚୌକ ଟ୍ରାଫିକ ଛକ ଉପରୁ ଲୁଟେରା ମାନେ ଏକ ଦମ୍ପତ୍ତି ଙ୍କ ଠାରୁ ବ୍ୟାଗ୍ ସହିତ ଏକଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି l ସୂଚନା ଅନୁଯାଇ ଷ୍ଟେସନ ବଜାର ରେ ରହୁଥିବା ହେମନ୍ତ କୁମାର ରାଉତ ଓ ତାଙ୍କ ପତ୍ନୀ ଷ୍ଟେଟ ବ୍ୟାଙ୍କ ଇଭନିଂ ବ୍ରାଞ୍ଚ ରୁ ଏକ ଲକ୍ଷ ଟଙ୍କା ଉଠାଇ କପଡା ବ୍ୟାଗ୍ ରେ ଭର୍ତି କରି ଘରକୁ ଫେରୁଥିବା ବେଳେ ଲୁଟେରା ଦୁଇଜଣ ଏକ ବାଇକ ରେ ପିଛା କରି ବାଜି ଚୌକ ଠାରେ ଟଙ୍କା ବ୍ୟାଗ୍ ଛଡାଇ ଚମ୍ପଟ ମାରିଥିଲେ l ହେମନ୍ତ ଙ୍କ ପାଟି ଶୁଣି କିଛି ଲୋକ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା l ହେମନ୍ତ ଲୁଟେରାଙ୍କ ପିଛା କରୁଥିବା ସମୟରେ ପତ୍ନୀ ଗାଡି ରୁ ପଡି ଆହତ ହୋଇଛନ୍ତି l


Spread the love

Leave a Reply

Your email address will not be published. Required fields are marked *