ଢେଙ୍କାନାଳ ହକି ବିଶ୍ବକପ୍ କୁ ଭବ୍ୟ ସ୍ଵାଗତ l

Spread the love

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଥିବା ହକି ବିଶ୍ବକପ୍ ଟ୍ରଫି ଢେଙ୍କାନାଳ ରେ ପହଁଞ୍ଚିବା ପରେ ବିପୁଳ ସ୍ୱାଗତ କରାଯାଇଛି l ଏହି ଅବସରରେ ଟ୍ରଫି ଟି ବାଜିରାଉତ ଛକ ରେ ପହଁଞ୍ଚିବା ପରେ ମା ବ୍ରାହ୍ମଣୀ ଦେଇ ପିଠରେ ପୂଜାର୍ଚ୍ଚନା କରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସର୍କିଟ୍ ହାଉସ ଠାରେ ପହଞ୍ଚି ଥିଲା l ସକାଳେ ସର୍କିଟ ହାଉସ ରୁ ବାହାରି ବସ ଷ୍ଟାଣ୍ଡ ଛକ, କୋର୍ଟ, ବଳରାମ ମନ୍ଦିର, ଟାଉନହଲ ଛକ ଦେଇ ମିନି ଷ୍ଟାଡିୟମ ଠାରେ ପହଞ୍ଚି ଥିଲା l ଏହାକୁ ସ୍ୱାଗତ କରିବାପାଇଁ ରାସ୍ତା ର ଉଭୟ ପାର୍ଶ୍ଵରେ ଅଦ୍ଭୁତ ପୂର୍ବ ଜନସମାଗମ ହୋଇଥିଲା l ମିନି ଷ୍ଟାଡିୟମ ଠାରେ ରଙ୍ଗା ରଙ୍ଗ ପରିବେଶ ରେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା l ଏହି ଟ୍ରଫି କୁ ସ୍ଵାଗତ କରିବାପାଇଁ ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ସମସ୍ତ କାଉନ୍ସିଲର, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ସାମ୍ବାଦିକ ସଂଘ, କ୍ରୀଡ଼ା ସଂଘ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଇଥିଲା l


Spread the love

Leave a Reply

Your email address will not be published. Required fields are marked *