ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଚଢାଉ l

Spread the love

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର, ମହୁଲପାଳ, ରେକୁଳା, ବରିହାପୁର ପ୍ରଭୂତି ସ୍ଥାନ ରେ ରାସ୍ତା କଡରେ ଥିବା ବିଭିନ୍ନ ଢାବା, ହୋଟେଲ, ଏବଂ ଜଳଖିଆ ଦୋକାନ ଉପରେ ଢେଙ୍କାନାଳ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ କରାଯାଇଛି l ଖାଦ୍ୟ ବ୍ୟବସାୟୀ ମାନେ ନିଜ ଅନୁଷ୍ଠାନ ଗୁଡିକର ଲାଇସେନ୍ସ ତଥା ପଞ୍ଜୀକରଣ କରାଉଛନ୍ତି କି ନାହିଁ ତାହା ସହିତ ଖାଦ୍ୟର ମାନ ଏବଂ ଖାଦ୍ୟ ପ୍ରସ୍ତୁତି ରେ ବ୍ୟବହୃତ ସମାଗ୍ରୀ ସବୁକୁ ଯାଞ୍ଚ କରାଯାଇଛି l ଯାଞ୍ଚ ସମୟରେ ବିଭିନ୍ନ ଢାବା, ହୋଟେଲ ରୁ ୩୦ ରୁ ୩୫ କେଜି ବସି ଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଛି ଏବଂ ଖାଦ୍ୟ ନିରାପତ୍ତା ଆଇନ୍ ଉଲ୍ଳଘଂନକାରି ବ୍ୟବସାୟୀ ମାନଙ୍କ ଠାରୁ ୪୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସୂଚନା ଦେଇଛନ୍ତି l


Spread the love

Leave a Reply

Your email address will not be published. Required fields are marked *