ଗଡିଲା ଶିଶୁ ଶ୍ରମିକ ନିରାକରଣ ରଥ l

Spread the love

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନା ରଥ କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଜିଲ୍ଲା ର ବିଭିନ୍ନ ବିଭାଗର ମିଳିତ ପ୍ରୟାସରେ ଏକ ସଚେତନତା ରାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ସହର ପରିକ୍ରମା କରି ବଳରାମ ମନ୍ଦିର ଠାରେ ଶେଷ ହୋଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଦଲେଇ, ଶ୍ରମ ନିରୀକ୍ଷକ ରଶ୍ମିରଞ୍ଜନ ବରାଳ, ହଳଧର ବରାଳ ଓ ଜିଲ୍ଲା କାର୍ଯ୍ୟାଳୟ ର ଅଧିକାରୀ ମାନେ ଯୋଗଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *