ବନୋମହୋତ୍ସବ ସପ୍ତାହ ପାଳନ

Spread the love

ବନୋମହୋତ୍ସବ ସପ୍ତାହ ପାଳନର ତୃତୀୟ ଦିନରେ ଢ଼ସର ଗ୍ରାମ ପଞ୍ଚାୟତର ମହାପର୍ବତ ପାଦଦେଶରେ ଥିବା ବ୍ରାହ୍ମଣୀ ଦେଇ ମୁଣ୍ଡିଆରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ନେସ୍କୋର ଆହ୍ବାନର ପ୍ରାତଃ ଭ୍ରମଣକାରୀଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର “ସମ୍ପାଦକ ତଥା “ପ୍ରକୃତିବନ୍ଧୁ” ବଳରାମ ପାଇକରାୟ ପରିଚାଳନା କରିଥିଲେ । ଢ଼ସର କୃଷକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତ୍ରୀଜୟ କୁମାର ପ୍ରଧାନ ଓ ରାଧଶ୍ଯାମ ବେହେରା , ଶିକ୍ଷକ ଭରତ ଚନ୍ଦ୍ର ରାଉତ,ସ୍ବେଚ୍ଛାସେବୀ ଅଞ୍ଜଳି ପ୍ରଧାନ, ପ୍ରତୀକ୍ଷା ପ୍ରଧାନ, ମୂରଲୀଧର ମହାନ୍ତି, ଲୋକନାଥ ସ୍ବାଇଁ, କବିରାଜ ସାହୁ, ଲକ୍ଷ୍ମୀଧର ରାଉତ ଓ ବାଙ୍କନିଧି ଗୋଛି ପ୍ରଭୃତି ଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି । ଏହି ମହତ କାର୍ଯ୍ଯକୁ ଅନୁଷ୍ଠାନର ଅଧ୍ୟକ୍ଷ ଉମାକାନ୍ତ ପଣ୍ଡା, ସାମ୍ବାଦିକ ମୃଚ୍ଯୁଞ୍ଜୟ ପ୍ରଧାନ, ଶୁଭେନ୍ଦୁ ମହାପାତ୍ର, ପ୍ରକୃତିବନ୍ଧୁ ଗୌତମ ମିଶ୍ର ପ୍ରଭୃତି ଉତ୍ସାହିତ କରୁଥିବାବେଳେ ସ୍ଥାନୀୟ ବୁଦ୍ଧିଜୀବିମାନେ ଉଚ୍ଚ ପ୍ରଶଂସା କରିଥିଲେ ।।


Spread the love

Leave a Reply

Your email address will not be published. Required fields are marked *