ନୀତିଶିକ୍ଷା

Spread the love

୧- ଯଦି ଆପଣ ଘରର ଯେକୋୖଣସି ସ୍ଥାନରେ ଛେପ ପକାଇବାର ଅଭ୍ୟାସ ଥିବ, ଆପଣଂକୁ ବହୁ କଷ୍ଟରେ ମିଳିଥିବା ଯଶ,ସମ୍ମାନ ବେଶିଦିନ ଆପଣଙ୍କ ପାଖରେ ରହିବ ନାହିଁ।
ଏଣୁ ଏ କାର୍ଯ୍ୟ ବ୍ରେସିନ ରେ କରନ୍ତୁ ଦେଖିବେ ମାନ, ସମ୍ମାନ ଓ ଯଶ ରେ ଅଭିବୃଦ୍ଧି ହେବ।

୨- ଯେଉଁ ଲୋକମାନେ ଖାଇସାରିବା ପରେ ନିଜର ଅଇଁଠା ବାସନ ଛାଡ଼ିଦେଇ ପଳାନ୍ତି,ତାଙ୍କୁ ସଫଳତା ସ୍ଥାୟୀ ରୂପରେ ମିଳିନଥାଏ।
ବହୁତ କଠିନ ପରିଶ୍ରମ କଲେ ମଧ୍ୟ ନିଜର ନାମ କମେଇ ପାରନ୍ତି ନାହିଁ। ଯଦି ନିଜର ଅଇଁଠା ବାସନକୁ ତା ଜାଗାରେ ନେଇ ରଖିଦେବେ ତାହେଲେ ଚନ୍ଦ୍ର ଓ ଶନି ଙ୍କର ସମ୍ମାନ କରୁଛନ୍ତି ବୋଲି ଜାଣିବେ।
ଏହା ଦ୍ୱାରା ମାନସିକ ଶାନ୍ତି ବୃଦ୍ଧି ହୋଇଥାଏ ଓ ସବୁ ବଧାବିଗ୍ନ ଦୂର ହୋଇଥଏ।

୩- ଯେବେ ଆପଣଙ୍କ ଘରକୁ କେହି ବି ହୁଅନ୍ତୁ ବାହାର ଲୋକ ଆସିଛନ୍ତି (ସେ ଭିକାରୀ କିମ୍ବା କୁଣିଆ ହେଉ) ତାଙ୍କୁ ଶୁଦ୍ଧ ଥଣ୍ଡା ପାଣି ପିଇବାକୁ ସର୍ବ ପ୍ରଥମେ ଦିଅନ୍ତୁ,ଏହା କରିବା ଦ୍ୱାରା ଆପଣ ରାହୁଙ୍କୁ ସମ୍ମାନ କରୁଛନ୍ତି ବୋଲି ଜାଣନ୍ତୁ। ଏହା ଦ୍ୱାରା ଘରେ ରାହୁଙ୍କର ପ୍ରଭାବ ପଡି ନଥାଏ। ଆସୁଥିବା ସଙ୍କଟ ଦୂର ହୋଇଯାଏ।


Spread the love

Leave a Reply

Your email address will not be published. Required fields are marked *