ଦୋଳପୂର୍ଣ୍ଣିମା ପୂର୍ବ ରୁ ଗାଁ ସଫେଇ

Spread the love

ଆସୁଛି ଦୋଳପୂର୍ଣ୍ଣିମା, ଚଳ ଚଞ୍ଚଳ ସମସ୍ତ ଗ୍ରାମାଞ୍ଚଳ, ଦୋଳବେଦୀ କୁ ବିଜେ କରିବେ ଲୀଳାମୟ, ସେହିଭଳି ସମସ୍ତ ଗ୍ରାମରେ ଥିବା ଦେବଦେବୀ ମଧ୍ୟ ଦୋଳ ବିମାନରେ ବସି ଗାଁ ବୁଲିବେ, ସମସ୍ତ ଙ୍କ ଦୁଆରେ ଲାଗିହେବ ଦୁଆରୀ ଭୋଗ, ଏହାକୁ ନେଇ ସତ୍ୟବାଦୀ ଜୟପୁର ପଞ୍ଚାୟତ ସରପଞ୍ଚ ଆରାଧନା ସାମନ୍ତରାୟ ଙ୍କ ସହଯୋଗ ରେ, ୧୨ ନମ୍ବର ୱାର୍ଡ ର ୱାର୍ଡ ସଭ୍ୟ ସତ୍ୟଶୁଭମ ପ୍ରହରାଜ ଙ୍କ ସହିତ ମହାମାୟା ଯୁବକ ସଙ୍ଘ ର କାର୍ଯ୍ୟକର୍ତା, ଅନିଲ କୁମାର ସାହୁ, ଅବିନାଶ ବେହେରା, ପ୍ରତାପ ଚନ୍ଦ୍ର ସାହୁ, ବଳରାମ ଜେନା, କାହ୍ନୁ ବେହେରା ଙ୍କ ସହିତ ଅନ୍ୟ ଯୁବକ ମାନେ ଏକାଠି ହୋଇ ଗାଁ ମୁଣ୍ଡରୁ ଗାଁ ଶେଷ ପର୍ଯ୍ୟନ୍ତ ସମସ୍ତ ଙ୍କ ଦୁଆର ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ସଫେଇ କରିବା ସହିତ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧିତ କରିଛନ୍ତି, ସନ୍ଧ୍ୟା ରେ ବିଜେ କରିବେ ମା ମହାମାୟା, ତେଣୁ ଗ୍ରାମକୁ ସଫା କରିବା ପ୍ରଥମ କାର୍ଯ୍ୟ ବୋଲି କହିଛନ୍ତି, ସରପଞ୍ଚ ଓ ୱାର୍ଡ ସଭ୍ୟ, ଗାଁ ରେ ପର୍ବ ଆରମ୍ଭରୁ ଯୁବକ ମାନଙ୍କର ଏଭଳି କାର୍ଯ୍ୟ କୁ ନେଇ ଗ୍ରାମବାସୀ ମାନେ ଯୁବକ ମାନଙ୍କୁ ପ୍ରଶଂସା କରିଛନ୍ତି


Spread the love

Leave a Reply

Your email address will not be published. Required fields are marked *